Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ

by Anil Panda
May 25, 2020
in Breaking
ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ
15
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି ଥିବା ବେଳେ ସେମାନଙ୍କୁ ମଧ୍ୟରୁ ୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନାନୁସାରେ, ଗଣିଆ ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦଶପଲ୍ଲାରୁ ୪, ରଣପୁର ୩, ନୟାଗଡ଼ରୁ ୧୧ ଏବଂ ଓଡ଼ଗାଁ ବ୍ଲକରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ବାହାର ରାଜ୍ୟରୁ ଫେରି ସଂଗରୋଧରେ ରହିଥିଲେ । ଗତ ୯ ତାରିଖରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଶରଣକୂଳ ନିକଟସ୍ଥ ହରିହରପୁର କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ତାରିଖରେ ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିଛିଦିନ ତଳେ ପ୍ରଥମ କରୋନା ଆକ୍ରାନ୍ତ ଓଡ଼ଗାଁ ବ୍ଲକ ବଡ଼ପୁଟ ଗ୍ରାମର ସନ୍ୟାସୀ ସାହୁ ସୁସ୍ଥ ହୋଇ ଫେରିଥିବା ବେଳେ ଆଜି କରଡ଼ାରୁ ଦ୍ୱିତୀୟ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଏହି ଆକ୍ରାନ୍ତମାନେ ହେଲେ ଓଡ଼ଗାଁ ବ୍ଲକ ନନ୍ଦିଘର ଅଂଚଳର କେନ୍ଦୁପଲ୍ଲୀ ଓ ମହୁଲିଆର ଲକ୍ଷ୍ମୀଧର ଦୋରା, ଜଗନ୍ନାଥ ଦୋରା, ସୂର୍ଯ୍ୟମଣୀ ଦୋରା ବୋଲି ସୂଚନା ମିଳିଛି । ଆକ୍ରାନ୍ତମାନେ ଫେରିବା ପରେ ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି । ସବୁଠାରୁ ବିସ୍ମୟକର କଥା ହେଉଛି ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତମାନେ ୧୦ ଦିନରେ ସୁସ୍ଥ ହେଉଥିବା ଜଣାପଡ଼ିଛି । ପ୍ରଥମ କରୋନା ଆକ୍ରାନ୍ତ ୧୯ ତାରିଖରେ ସୁସ୍ଥ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ଆକ୍ରାନ୍ତମାନେ ୨୫ ତାରିଖରେ ସୁସ୍ଥ ହୋଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!