ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ଅନେକ ପ୍ରବାସୀ ଫେରୁଥିବା ଜଣାଯାଇଛି । ଯେତିକି ପ୍ରବାସୀ ରାଜ୍ୟ ସରକାରଙ୍କ ନିୟମନୁସାରେ ନାମ ପଂଜିକରଣ କରି ଫେରୁଛନ୍ତି, ସେମାନେ ଫେରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଂଚୁଛି । ମାତ୍ର ଅନେକ ପ୍ରବାସୀ ବିନା ପଂଜିକରଣ ଏବଂ ବିନା ସୂଚନାରେ ଫେରିଥିବା ଏବଂ ଫେରୁଥିବା ଜଣାଯାଇଛି । ଏହି ପ୍ରବାସୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ବସ୍ରୁ ଓହ୍ଲାଇ ଲୁଚି ଛପି ରହୁଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିପାଇଁ କି ଜିଲ୍ଲା ପ୍ରଶାସନ ସେମାନଙ୍କ ସଂମ୍ବର୍ଦ୍ଧରେ ସୂଚନା ପାଇବା ପାଇଁ ନାକେଦମ୍ ହେଉଛନ୍ତି । ଏପରିକି ଅନେକ ପ୍ରବାସୀ ସାଇକେଲ୍ ଓ ଚାଲିକରି ଫେରୁଥିବା ବେଳେ ପ୍ରଶାସନଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଫଳରେ ଏମାନଙ୍କ ମଧ୍ୟରୁ ଛପି ଯାଉଥିବା ଫେରନ୍ତାମାନେ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି । ଫଳରେ ଏହି ଲୁଚିଛପି ଆସୁଥିବା ପ୍ରବାସୀମାନେ ନିଜର ଏବଂ ନିଜ ପରିବାରର ମଙ୍ଗଳ ପାଇଁ ପ୍ରଶାସନ ସହ ଯୋଗାଯୋଗ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି ।






