Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜାମ ବାସୀ ନୟାଗଡ଼ ମୁହାଁ

by Anil Panda
May 9, 2020
in Breaking
ଗଞ୍ଜାମ ବାସୀ ନୟାଗଡ଼ ମୁହାଁ
25
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ଭୟରେ ଗଞ୍ଜାମ ଜିଲ୍ଲାର ବହୁ ଲୋକ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୀମାନ୍ତ ପଂଚାୟତ ଗୁଡ଼ିକରେ ପ୍ରବେଶ କରୁଥିବା ଜଣାଯାଇଛି । ଦିନେ ଦୁଇଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଆଶ୍ଚର୍ଯ୍ୟ ଜନକ ଭାବେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦୃତ ବୃଦ୍ଧି ପାଇବା ଫଳରେ ଜିଲ୍ଲାବାସୀ ବହୁମାତ୍ରାରେ ଭୟଭୀତ ହୋଇ ଏଣେ ତେଣେ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପକ୍ଷରେ ଜିଲ୍ଲା ବାହାରୁ ପ୍ରବାସୀ ଓଡ଼ିଆମାନେ ସୁରତରୁ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟପକ୍ଷରେ ସେହି ହାରରେ ଲୋକମାନେ ଗଞ୍ଜାମ ଜିଲ୍ଲା ଛାଡ଼ି ଅନ୍ୟ ପଡ଼ୋଶୀ ଜିଲ୍ଲାରେ ପ୍ରବେଶ କରିବା ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଶେଷ କରି ନିରାପଦ ଦୃଷ୍ଟିରୁ ପଡ଼ୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ଗ୍ରୀନ ଜୋନ ହୋଇଥିବାରୁ, ଗଞ୍ଜାମ ଜିଲ୍ଲାରୁ ଅନେକ ଲୋକ ବନ୍ଧୁ ବାନ୍ଧବଙ୍କ ଘରେ ଆଶ୍ରୟ ନେବାକୁ ଚାଲି ଆସୁଥିବା ଖବର ମିଳୁଛି । ଓଡ଼ଗାଁ ବ୍ଲ୍‌କର ସୀମାରେ ଥିବା କୋମଣ୍ଡ, ରୋହିବାଙ୍କ, ସୁନାମୁହିଁ, କୁରାଳ, ଗିରିଡିପଲ୍ଲୀ, ବେରୁହାଁବାରୀ, ବାହାଡ଼ାଝୋଲା, ଘଡେଇବନ୍ଧ, ଗୁମୀ ଇତ୍ୟାଦି ପଂଚାୟତ ଗୁଡିକୁ ଆସିବାକୁ ଯୋଜନା କରୁଥିବା ଅସମର୍ଥିତ ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଗ୍ରୀନଜୋନରେ ଥିବା ଜିଲ୍ଲା ଗୁଡିକରେ ଅବାଧ ଗତିବିଧି ଲାଗି ରହିଥିବାରୁ କାମଧନ୍ଦା ପାଇବା ଆଶାରେ ଏଟାକୁ ଆସିବାର ଅନ୍ୟଏକ ପ୍ରମୁଖ କାରଣ ବୋଲି ଜଣାଯାଇଛି । ବର୍ତମାନ ଓଡ଼ଗାଁ ବ୍ଲକର ବିଭିନ୍ନ ପଂଚାୟତର ସଂଗରୋଧ ଗୃହରେ ଅନକ ସୁରତ ଫେରନ୍ତା ରହିଛନ୍ତି । ଏଥିପ୍ରତି ପ୍ରଶାସନ ସଜାଗ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!