ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରୋଟାରୀ କ୍ଲବ, ଇନର ହୁଇଲ କ୍ଲବ ଏବଂ ୟୁନିଟେକ ଗ୍ରୁପ ଅଫ ଇନଷ୍ଟୁଚ୍ୟୁଟ ପକ୍ଷରୁ ଆଜି ସହରରେ ଏକ ସଚେତନତା ବାର୍ତ୍ତା ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପହଂଚିଛି । ଏହି ଅବସରରେ ସଚେତନତା ପତ୍ରିକା ବଣ୍ଟନ କରାଯିବା ସହ ମାସ୍କ, ଡେଟଲ ସାବୁନ ବଣ୍ଟନ କରାଯାଇଥିଲା । ନୟାଗଡ଼ ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ଚାଳକ ଓ କିଛି କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା । ରୋଟାରୀ କ୍ଲବ ପକ୍ଷରୁ ପ୍ରମୋଦ ପଟ୍ଟନାୟକ, ଇନର ହୁଇଲ ପକ୍ଷରୁ ରୋଜାଲିନ ପାତ୍ର, ନିରୁପମା ପଟ୍ଟନାୟକ ଓ ସୈାଦାମିନି ସ୍ୱାଇଁ, ୟୁନିଟେକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରବୀର ପୃୃଷ୍ଟି ପ୍ରମୂଖ ନେତୃତ୍ୱ ନେଇଥିଲେ । ଏହି ଅବସରରେ ରୋଟାରୀଆନ୍ ରଣଜିତ୍ ଦାଶ, ଧିରେନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ରଥ, ପ୍ରସନ୍ନ କୁମାର ବସନ୍ତିଆ, ମିହିରି କୁମାର ନାୟକ ଓ ଆରିଫ୍ ଖାଁ ପ୍ରମୂଖ ସହଯୋଗ କରିଥିଲେ ।






