ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ସହର କେଉଟସାହିରେ ଆଜି ଜଣେ ବ୍ୟକ୍ତିଙ୍କ ଝିଅ ବଡ଼ ହେବା ଭୋଜିରେ ସବୁ ନିୟମକାନୁନକୁ ଉଲଂଘନ କରାଯାଇଛି । କୋଭିଡ୍ ନିୟମକୁ ଉଲଂଘନ କରାଯାଇ ୬ ଶହ ଲୋକଙ୍କ ପାଇଁ ଭୋଜି ଭାଜର ଆୟୋଜନ କରାଯାଇଥିଲା । ଖବରପାଇ ନୟାଗଡ଼ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ନୟାଗଡ଼ ଟାଉନଥାନା ଅଧିକାରୀ, ଫୁଡ୍ ଇନ୍ସିପେକ୍ଟର ପ୍ରମୂଖ ଘଟଣାସ୍ଥଳରେ ପହଂଚି ରନ୍ଧା ଯାଇଥିବା ସମସ୍ତ ଖାଦ୍ୟକୁ ଜବତ କରିଥିବା ବେଳେ କୋଭିଡ୍ ନିୟମ ଉଲଂଘନ ଘଟଣାରେ ଟାଉନଥାନରେ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷେ, ଜବତ କରାଯାଇଥିବା ୬ ଶହ ଲୋକଙ୍କ ଭୋଜିକୁ ଆଜି ନୟାଗଡ଼ ପୈାର ପରିଷଦ ଏବଂ ନୟାଗଡ଼ ବ୍ଲକ ଅଧିନରେ ସଂଗରୋଧରେ ଥିବା ସମସ୍ତ ପ୍ରବାସୀଙ୍କୁ ବାଣ୍ଟି ଦିଆଯାଇଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ଲୋକମାନେ ନିୟମ ଭଂଙ୍ଗ କରୁଥିବା ଜଣାଯାଇଛି । ଆଗାମୀ ଦିନରେ ଏଭଳି ଘଟଣା ଘଟିଲେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।





