ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଭାରତରେ ଆତଙ୍କ ଖେଳାଇଥିବା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ମିଳିଛି । ନୟାଗଡ଼ ହିରୋ ସୋରୁମ ମାଲିକ ତଥା ଇଟାମାଟି ଅଂଚଳର ସମାଜସେବୀ ରବିନ୍ଦ୍ର ସାହୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ସତ୍ୟମ୍ ଔଷଧ ଦୋକାନ ମାଲିକ ଫିରୋଜ୍ କୁମାର ଦୋରାଙ୍କ ପୁତ୍ର ଅଂଶୁମାନ ଦୋରା ଏଗାର ହଜାର ଟଙ୍କା ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି ।







