ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତଥା କରୋନା ଯୋଦ୍ଧା ମୀନକେତନ ବଳିୟାରସିଂ ଆଜି କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ଭୂବନେଶ୍ୱର ସମ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ମୃତ୍ୟୁ ଖବର ଜିଲ୍ଲା ପ୍ରଶାସନ ପାଖରେ ପହଂଚିବା ପରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଭୂବନେଶ୍ୱର ସତ୍ୟ ନଗର ସ୍ମଶାନରେ ପହଂଚି ଶେଷ ସମ୍ମାନ ଜଣାଇବା ସହ ଶେଷ ବିଦାୟ ଦେଇଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଡାକ୍ତରଙ୍କ ମୃତ୍ୟୁ ଦ୍ୱିତୀୟ କରୋନା ଯୋଦ୍ଧାଙ୍କ ମୃତ୍ୟୁ ବୋଲି ଜଣାଯାଇଛି । ପୂର୍ବରୁ ଜଣେ ପୁଲିସ କର୍ମଚାରୀ କରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ ।






