Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପଦରେ ୩ ଶହ ଜୀବନ : ଭିଏଲ୍‌ଡବ୍ଲ୍ୟୁ ଆସୁ ନାହାନ୍ତି, ବିଡିଓ କଥା ହୋଇଛନ୍ତି

by ସଞ୍ଜୟ ସ୍ୱାଇଁ
August 4, 2020
in Feature News, Nayagarh
ବିପଦରେ ୩ ଶହ ଜୀବନ : ଭିଏଲ୍‌ଡବ୍ଲ୍ୟୁ ଆସୁ ନାହାନ୍ତି, ବିଡିଓ କଥା ହୋଇଛନ୍ତି
2.8k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପଂଚରିଡ଼ା ମାନପୁର ଗ୍ରାମର ଜଣେ ଯୁବକ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଶବ ସତ୍କାର ପରେ ସ୍ୱାବ ରିର୍ପୋଟ ପଜିଟିଭ୍ ଆସିଥିବା ଜଣାଯାଇଥିଲା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପୂର୍ବରୁ ଦେଇଥିବା ସ୍ୱାବ ନେଗେଟିଭ୍ ଆସିଥିବା କହି ଡାକ୍ତର ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ । ସେ ଜଣେ ମେଳାପୀ ଯୁବକ ହୋଇଥିବାରୁ ଗ୍ରାମରେ ଶବ ପହଂଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇ ତାଙ୍କ ଶେଷ ଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ । ମାତ୍ର ଗତକାଲି ରାତିରେ ତାଙ୍କର କରୋନା ପଜିଟିଭ୍ ଆସିଥିବା ନେଇ ଜଣାପଡ଼ିବା ପରେ ଏବେ ମାନପୁର ଗାଁରେ ଭୟର ବାତାବରଣ ସୃଷ୍ଟି ହେବା ସହ ଗ୍ରାମର ୩ ଶହ ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଘନିଭୂତ ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ଆଜି ସ୍ଥାନୀୟ ସରପଂଚଙ୍କ ଉପରେ ଗ୍ରାମବାସୀ ଗରଗର ହେଉଥିବା ବେଳେ ସରପଂଚ ନାଚାର ପାଲଟିଥିବା ଜଣାଯାଇଛି । ପ୍ରାଥମିକ ଭାବେ ଉକ୍ତ ଅଂଚଳକୁ ସରପଂଚ ସାତଦିନିଆ ଅଘୋଷିତ ସଟ୍‌ଡାଉନ୍ କରିଥିବା ବେଳେ ଏନେଇ ପଂଚାୟତ କାର୍ଯ୍ୟାଳୟରୁ ଚିଠି କରିବାକୁ ପଂଚାୟତ ନିର୍ବାହୀଙ୍କୁ ଡାକିଲେ ମଧ୍ୟ ସେ ଆସୁନଥିବା ସରପଂଚ ପ୍ରକାଶ କରିଛନ୍ତି । କରୋନା ଭୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣା ସଂମ୍ପର୍କରେ ବାରମ୍ବାର ବିଡିଓଙ୍କୁ ଜଣାଇବା ପରେ, ସେ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା କହୁଛନ୍ତି । ମାତ୍ର ଏଭଳି ଘଡ଼ି ସନ୍ଧି ମୂହୂର୍ତ୍ତରେ କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ତଥା ସରପଂଚ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଥିବା ବେଳେ ଗ୍ରାମବାସୀଙ୍କୁ ସେ କିଭଳି କରୋନା କବଳରୁ ରକ୍ଷା କରିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇ, ଉକ୍ତ ଅଂଚଳକୁ ସାନିଟାଇଜେସନ୍ କରାଯିବା ସହ ଅଂଚଳବାସୀଙ୍କ କରୋନା ପରୀକ୍ଷା କରାଇ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ, ମୃତ ଯୁବକଙ୍କ ସ୍ୱାବ ୧ ତାରିଖରେ ସଂଗ୍ରହ ହୋଇଥିବା ବେଳେ ୩ ତାରିଖରେ ତାଙ୍କର ରିର୍ପୋଟ ପଜିଟିଭ୍ ଆସିଥିଲା । ୩ ତାରିଖରେ ଉକ୍ତ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଉକ୍ତ ଯୁବକଙ୍କ ମୃତ୍ୟୁକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନଥିବା କାରଣ ନା ଅନ୍ୟ କିଛି କାରଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!