ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଛି । ନୟଗଡ଼ ଜିଲ୍ଲା ବନ ବିଭାଗ ପକ୍ଷରୁ ଆଜି ଜରୁରୀକାଳିନ ଅଧିକାରୀ ଧୋବା ନାୟକ ଜରିଆରେ ୧ ଲକ୍ଷ ୬୫ ହଜାର ୭ ଶହ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଓ ଦିଲ୍ଲୀପ ରାଉତଙ୍କ ସମେତ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ୱାଇଁ, ସୁବାସ ମହାରାଜ ପ୍ରମୂଖ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ସମସ୍ତ ବନଖଣ୍ଡ କର୍ମଚାରୀମାନେ ଏହି ସହାୟତା ପ୍ରଦାନରେ ଭାଗିଦାର ଅଛନ୍ତି ।






