ସ୍ଥିତି ପରଖିଲେ ଜିଲ୍ଲାପାଳ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିରୋଧ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାରେ ୮୫୦ ଜଣ କରୋନା ରୋଗୀଙ୍କୁ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ମାତୃ ଓ ଶିଶୁ ମଙ୍ଗଳ କେନ୍ଦ୍ରରେ ୨ ଶହ ଶର୍ଯ୍ୟା, ଚାନ୍ଦପୁର ବସନ୍ତ ମଂଜରୀ ଦେବୀ ଡାକ୍ତରଖାନାରେ ୨ ଶହ ଶର୍ଯ୍ୟା, ନୟାଗଡ଼ ପୁଲିସ ଟ୍ରେନିଂ କେନ୍ଦ୍ରଠାରେ ୨ ଶହ ଶର୍ଯ୍ୟା, ଓଙ୍ଗ଼ଗାଁର ପଲ୍ଲୀଟେକ୍ନିକଠାରେ ୧ ଶହ ଶର୍ଯ୍ୟା, ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ସରକାରୀ ଆଇଟିଆଇଠାରେ ୧ ଶହ ଶର୍ଯ୍ୟା ଏବଂ ଲାଠିପଡ଼ାଠାରେ ଅବସ୍ଥିତ ମଡେଲ ଡୀଗ୍ରୀ କଲେଜଠାରେ ୫୦ ଶର୍ଯ୍ୟା ବିଶିଷ୍ଟ ଆଇସୋଲେସନ୍ କେନ୍ଦ୍ର ଖୋଲା ଯିବା ପାଇଁ ପ୍ରସ୍ତୁତି ଚାଲିଛି ।

ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସମସ୍ତ ଅଂଚଳ ଗ୍ରସ୍ତ କରି ଏହାର ସମୀକ୍ଷା କରୁଛନ୍ତି । ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଖଣ୍ଡପଡ଼ା ଓ ଭାପୁର ଅଂଚଳ ଗ୍ରସ୍ତ କରି କରୋନା ସ୍ଥିତି ପରଖିବା ସହିତ ଆଇସୋଲେସନ ସେଣ୍ଟର ଗୁଡ଼ିକ ବୁଲି ଦେଖିଛନ୍ତି । ଏଥିସହିତ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।






