ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩ ଶହ ମୁହାଁ ହୋଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି କରୋନା ଆକ୍ରାନ୍ତ ବ୍ୟକ୍ତି ଜଚ୍ଚଙ୍କ ନିକଟରେ ସୁରାଟରୁ ଫେରି ନୟାଗଡ଼ ଶରଣକୂଳ ନିକଟସ୍ଥ ହରିହରପୁର ନିକଟସ୍ଥ କରଡ଼ା କ୍ୱାରେଣ୍ଟାଇନ୍ରେ ଥିଲେ । ଯୁବକ ଜଣଙ୍କ ଓଡ଼଼ଗାଁ ବଡ଼ପୁଟ ଗ୍ରାମର ବୋଲି ଜଣାଯାଇଛି । ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ୧୯ଟି ଜିଲ୍ଲାକୁ କରୋନା ଛୁଇଁଥିବା ଜଣାଯାଇଛି ।






