Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସନ୍ଦେହ ଜନକ ଅବସ୍ଥାରେ କାର ଜବତ, ଖସିଗଲେ ୩ ଜଣ

by Anil Panda
September 14, 2020
in Nayagarh
ସନ୍ଦେହ ଜନକ ଅବସ୍ଥାରେ କାର ଜବତ, ଖସିଗଲେ ୩ ଜଣ
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଆଁରିଆ ନିକଟସ୍ଥ ଚୁମିକି ଢାବା ନିକଟରୁ ଅବକାରୀ ବିଭାଗ ସନ୍ଦେହ ଜନକ ଅବସ୍ଥାରେ ଏକ କାର ଜବତ କରିଥିବା ବେଳେ କାରରେ ଥିବା ୩ ଜଣ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଅପରାହ୍ନରେ ଫୁଲବାଣୀରୁ ଭୂବନେଶ୍ୱର ଅଭିମୂଖେ ଓଡି ୦୨ ଡି ୦୭୩୨ ନମ୍ବର ବିଶିଷ୍ଟ ମହିନ୍ଦ୍ରା କାରରେ ୩ ଜଣ ବ୍ୟକ୍ତି ଆସୁଥିବା ବେଳେ ପୂର୍ବ ସୂଚନା ପାଇଁ ଦଶପଲ୍ଲା ଅବକାରୀ ବିଭାଗର କିଛି କର୍ମଚାରୀ ଗାଡ଼ିକୁ ଅଟକାଇ ଥିଲେ । ଫଳରେ ଗାଡ଼ି ଭିତରେ ବସିଥିବା ୩ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି । ଏହି ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଯାଉଥିବା ସନ୍ଦେହ କରାଯାଉଥିବା ବେଳେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ପହଂଚିବା ପରେ ଗାଡ଼ି ଯାଂଚ କରାଯିବ ବୋଲି କର୍ମଚାରୀମାନେ କହିଛନ୍ତି । ଏଠାରେ ପ୍ରକାଶ ଥାଉ କି, ନୟାଗଡ଼ ଜିଲ୍ଲାରୁ କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ପୁଲିସ ବିଭାଗ ଏବଂ ବନବିଭାଗ ଗଞ୍ଜେଇ ଜବତ କରୁଥିବା ବେଳେ ଅବକାରୀ ବିଭାଗ ନିଘୋର ନିଦରେ ଶୋଇଥିବା ଅଭିଯୋଗ ହେଉଥିଲା । ଆଜି ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିବା ଗାଡ଼ିଟି ଫୁଲବାଣୀ ଅଂଚଳର ପରମାନନ୍ଦ ନାୟକଙ୍କ ନାମରେ ଥିବା ବାହାନ ଆପରୁ ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!