Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧା ବଲାଙ୍ଗିରୀ ଏନଏଚ ବାଇପାସ୍‌, ବଡ଼ପଣ୍ଡୁସରରୁ ମାଙ୍କପଲ୍ଲୀ

by ସଞ୍ଜୟ ସ୍ୱାଇଁ
February 17, 2020
in Feature News
ଖୋର୍ଦ୍ଧା ବଲାଙ୍ଗିରୀ ଏନଏଚ ବାଇପାସ୍‌, ବଡ଼ପଣ୍ଡୁସରରୁ ମାଙ୍କପଲ୍ଲୀ
40
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବାସୀଙ୍କ ଦୀର୍ଘଦିନର ଦାବି ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥର ବଡ଼ପଣ୍ଡୁସରଠାରୁ ବାଇପାସ ରାସ୍ତା ନିର୍ମାଣ କରାଯିବା ନେଇ ଜାତୀୟ ରାଜପଥ ମନ୍ତ୍ରାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି । ଏହି ରାସ୍ତା ବିଭିନ୍ନ ଗ୍ରାମ ଦେଇ ମାଙ୍କପଲ୍ଲୀ ନିକଟରେ ପୁଣିଥରେ ୫୭ ନଂ ଜାତୀୟ ରାଜପଥକୁ ଛୁଇଁବ । ବଡ଼ପଣ୍ଡୁସରଠାରୁ ମାଙ୍କପଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ୧୭ କିଲୋମିଟର ୨୧୦ ମିଟର ବାଇପାସ ରାସ୍ତା ନିର୍ମାଣ ପାଇଁ ମୋଟ ୧୯୮ ଏକର ୫୫ ଡିସିମିଲ ଜମିର ଆବଶ୍ୟକତା ରହିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଏଥିପାଇଁ ୧୧.୮୨ ଏକର ସରକାରୀ ଜମି ଏବଂ ୧୮୬.୭୨ ଡିସିମିଲି ବେସରକାରୀ ଜମି ଅଧିଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ଜଣାପଡ଼ିଛି । ଏଥିପାଇଁ ମୋଟ ୧୦୧ କୋଟି ଟଙ୍କାର ବ୍ୟୟ ଅଟଳଳ କରାଯାଇଛି । ବଡ଼ପଣ୍ଡୁସର, ଇଟାମାଟି, ନାଗପୁର, କୃଷ୍ଣପୁର, ନରସିଂହପ୍ରସାଦ, ରଘୁନାଥପ୍ରସାଦ, ଗୋଡ଼ିଆଳି, ଜାମୁସାହି, ଧବଳେଇ, ଉଦୟପୁର, ଲେଙ୍କୁଡ଼ିପଡ଼ା, ପିଆଶାଳିଆ, ହରିହରପୁର, ଲଡ଼ୁକେଶରପୁର, ଲେଖନପୁର, ମୁକ୍ତାପୁର, ନବଘନପୁର, ଜୟପୁର, କଳାହାଣ୍ଡି, ତୁଳସିପୁର, ମାଙ୍କପଲ୍ଲୀ ଗ୍ରାମ ଦେଇ ବାଇପାସ ନିର୍ମାଣ କରାଯିବା ନେଇ ସର୍ଭେ କରାଯାଇଥିବା ଜାତୀୟ ରାଜପଥ ବିଭାଗ ସହକାରୀ ଯନ୍ତ୍ରୀ ଚନ୍ଦନ ରଥ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!