ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ‘ସମ୍ବାଦ ସାହିତ୍ୟ ଘର’ ତରଫରୁ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଭାପତି ଡ. ବିଜୟ କୁମାର ଚୈାଧୁରୀ, ସଂପାଦକ ରାମକୃଷ୍ଣ ରଥ, ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୂଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ନୟାଗଡ଼ ହାଉସିଂ ବୋର୍ଡ଼ କଲାନୀ ନିକଟସ୍ଥ ନବ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଲିମ୍ବ, ଜାମୁ, ବଉଳ ବୃକ୍ଷରୋପଣ କରାଯାଇଛି ।






