ନୟାଗଡ଼,(ବାଘୁଆବାର୍ତ୍ତା): ପବିତ୍ର ଗମ୍ଭାପୂର୍ଣ୍ଣିମା ଅବସରରେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ନୟାଗଡ଼ ରେଳ ଷ୍ଟେସନ୍ ନିକଟରେ ତାଳ ଖୁରୁଡ଼ି ପୋତା ଯାଇଛି । ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାଳ ବୃକ୍ଷରୋପଣର ନିହାତି ଆବଶ୍ୟକତା ଥିବାରୁ ଚଳିତ ବର୍ଷ ଏକ ହଜାରରୁ ଉର୍ଦ୍ଧ୍ୱ ତାଳ ବୃକ୍ଷରୋପଣ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପରିଷଦର ପ୍ରଦୀପ କୁମାର ସାହୁ, ସଂପାଦକ ଶ୍ରୀଧର ସାହୁ, ପ୍ରଫୁଲ କୁମାର ନାୟକ, ଚନ୍ଦ୍ରଭାନୁ ବରାଡ଼, ଦାମୋଦର ସାହୁ ପ୍ରମୂଖ ଯୋଗ ଦେଇ ଖୁରୁଡ଼ି ପୋତିଥିଲେ ।





