ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ସ୍ଥାନୀୟ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଡ. ବିଜୟ କୁମାର ଚୈଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆବାହକ ପ୍ରମୋଦ ପଟ୍ଟନାୟକ ପୁସ୍ତକମେଳା ଆୟୋଜନ ସଂମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସେପ୍ଟେମ୍ବର ମାସ ଶେଷ ସପ୍ତାହର ସାତଦିନ ପୁସ୍ତକମେଳା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ପୁସ୍ତକମେଳା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ନେଇ ବୈଠକରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଆବାହକ ଏବଂ ସଭାପତିଙ୍କ ବ୍ୟତିରକେ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ନିର୍ମଳ ଚନ୍ଦ୍ର ଶୂରଦେଓ ଏବଂ ସଂଜୟ କୁମାର ସ୍ୱାଇଁ ଏହାର ଆୟୋଜନ ସହ ପ୍ରକାଶନୀ ସଂସ୍ଥା ସହ ଯୋଗାଯୋଗ କରିବେ ବୋଲି ବୈଠକରୁ ଜଣାଯାଇଛି ।






