ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ପୁରୁଣା ସହରଠାରେ ଅନୁଷ୍ଠିତ ୧୬ତମ ବୋଇତ ବନ୍ଦାଣ ଉତ୍ସବ ରବିବାର ତୃତୀୟ ଦିନରେ ପଂହଚିଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ କୁମାର ମହାପାତ୍ର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି କିସାନ୍ ଦାଶ ସଭାପରିଚାଳନା କରିଥିଲେ । ବୋଇତବନ୍ଦାଣ ଉତ୍ସବରେ କଟକ ମେଲୋଡ଼ି କିଙ୍ଗ ଆଣ୍ଡ କୁଇନ୍, ହାସ୍ୟ ଅଭିନେତ୍ରୀ ଐଶୁର୍ଯ୍ୟ ବେହେରା, ଚଳଚ୍ଚିତ୍ର ଅଭିନେତ୍ରୀ ଲିପିକା ସେନାପତି ପ୍ରମୂଖ ଯୋଗଦେଇ ଦର୍ଶକଙ୍କ ମନମୋହିଥିଲେ । ପ୍ରାରମ୍ଭରେ କୁନିକୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।





