ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜୀବନ ବିନ୍ଦୁ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ନୟାଗଡ଼ ପୈାରାଞ୍ଚଳର ବିଭିନ୍ନ ୱାର୍ଡ଼ରୁ ୪୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ପୂର୍ବରୁ ନୟାଗଡ଼ ବ୍ଲକର ବିଭିନ୍ନ ପଂଚାୟତରୁ ୧୮୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଜି ପୈାରାଞ୍ଚଳ ରକ୍ତଦାନକୁ ମିଶାଇ ୨୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡି ସଭାପତି ରମେଶ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ବେହେରା, ଶୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର, ବିଜେଡି ନଗର ସଭାପତି ଅଜିତ କୁମାର ସାହୁ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଜାନକୀ ଜେନା, ସୁମନ କୁମାର ସାହୁ, ଅମୁଲ୍ୟ ମହାନ୍ତି ପ୍ରମୂଖ ପରିଚାଳନା କରିଥିଲେ ।






