Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରକ୍ତ ହଜାଇ ଦେଲାଣି ନିଦ

by Anil Panda
April 13, 2020
in Breaking
ରକ୍ତ ହଜାଇ ଦେଲାଣି ନିଦ
31
VIEWS
Share on FacebookShare on Twitter

୨୦ ଲୋକଙ୍କୁ ରକ୍ତଦାନ ପାଇଁ ଦିଆଯିବ ପାସ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖାଦେଇକ୍ତି । କରୋନା ମହାମାରୀ କାରଣରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରୁନଥିବା କାରଣରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି । ଯାହାକୁ ନେଇ ନିୟମିତ ରକ୍ତ ଗ୍ରହଣ କରୁଥିବା ଥାଲାସେମିଆ ରୋଗୀ ଏବଂ ଜରୁରୀ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଜି ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଣ୍ଟା ଭିଡ଼ିଛନ୍ତି । ତଥ୍ୟନୁସାରେ, ନୟାଗଡ଼ ରକ୍ତ ଭଣ୍ଡାରେ ଆଜିକାର ଦିନରେ ୫ୟୁନିଟ ରକ୍ତ ରହିଥିବା ଜଣାପଡ଼ିଛି । ଦୈନିକ ୧୫ରୁ ୨୦ଟି ଏବଂ ମାସିକ ୩୫୦ ରୁ ୪୦୦ ୟୁନିଟ୍ ରକ୍ତ ଆବଶ୍ୟକ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୋଟ ୫ ୟୁନିଟ୍ ରକ୍ତ ଥିବା ଜଣାପଡ଼ିଛି । ଯାହାକୁ ନେଇ ଆଜିର ଗ୍ରସ୍ତ ସମୟରେ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ କିଭଳି ଅଧିକ ରକ୍ତ ସଂଗହ କରାଯିବ ସେ ନେଇ ଆଲୋଚନା କରିଥିଲେ । ଏନେଇ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ଅଂଚଳର ଜନପ୍ରତିନିଧିଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଦିନ କିଭଳି ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇପାରିବ ସେ ନେଇ ପଦକ୍ଷେପ ନେଇଥିଲେ । ପ୍ରତ୍ୟେକ ପଂଚାୟତ ସ୍ତରରୁ ରକ୍ତଦାତାମାନଙ୍କୁ ରକ୍ତ ଭଣ୍ଡାର ଆସିବା ନେଇ ପାସ୍ ବ୍ୟବସ୍ଥା କରାଇବା ନେଇ ମନ୍ତ୍ରୀ ଆଜି ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଲକ୍‌ଡାଉନ୍ ପାଇଁ କଟକଣା ଜାରି କରାଯାଇଥିବାରୁ ପ୍ରତ୍ୟକ ଦିନ କିଛି ପଂଚାୟତର ୨୦ ଜଣ ରକ୍ତଦାତା କିଭଳି ସୁବିଧାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରକୁ ଆସି ପାରିବେ ସେ ନେଇ ବିସ୍ତୃତ ଆଲୋଚଲା କରିଥିଲେ । ଏଥିସହିତ ରକ୍ତଦାନ ସମୟରେ ସାମାଜିକ ଦୂରତା ଅବଲମ୍ବ କରିବା ସହ ପ୍ରତ୍ୟେକ ଦିନ ରକ୍ତ ଭଣ୍ଡାର ପରିସର ବିଶୋଧନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ରକ୍ତ ଅଭାବରୁ କାହାରିକୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ ଏହି ଅବସରରେ କହିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!