Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲକ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

by ସଞ୍ଜୟ ସ୍ୱାଇଁ
May 7, 2023
in Feature News, Health
ବ୍ଲକ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ
453
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ମାରାଥନ ଗସ୍ତ l ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଚର୍ଚ୍ଚାକୁ ଆସିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ l ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଆଦର୍ଶକୁ ପାଥେୟ କରି ଶନିବାର ସନ୍ଧ୍ୟାରେ ନାଟୁଗାଁ ଗ୍ରାମ ପଞ୍ଚାୟତର ଖେଡ଼ବାରଣା ଗ୍ରାମରେ ପହଞ୍ଚି ଥିଲେ l ମା ସିନ୍ଦୁରମୁଣ୍ଡିଙ୍କ ଯାତ୍ରାରେ ମା ସିନ୍ଦୁରମୁଣ୍ଡି ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ଡ୍ରାମାରେ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହ ସରକାରୀ ଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମିର ବିକାଶ ସଂପର୍କରେ ଆଲୋଚନା କରିଥିଲେ l

ତତ ସହିତ ନାଟୁଗାଁ ଗ୍ରାମର ପଞ୍ଚାୟତର ନାଏବ ସରପଞ୍ଚ ତୁଳସୀ ସ୍ୱାଇଁଙ୍କ ସ୍ବର୍ଗତ ବେଣୁଧର ସ୍ୱାଇଁ ଶଶୁରଙ୍କ ପରଲୋକ ଖବର ଭ୍ୟଥିତ କରିଥିଲା l ତାଙ୍କ ପରିବାର ଲୋକଙ୍କ ସହ ଭେଟି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆଗକୁ ବଢ଼ିବା ପାଇଁ ସାହାସ ଦେଇଥିଲେ l ସେହିପରି ଗାଁକୁ ଆଲୋକୀକରଣ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ

ସାକାର ହେଉଥିବା ବେଳେ ସାଲୁଣି ଗ୍ରାମରେ ଆଲୋକୀ କରଣ କାର୍ଯ୍ୟର ତଦାରଖ କରିଥିଲେ l ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ରାଉତରାପୁର ଗ୍ରାମରେ ଅଷ୍ଟପ୍ରହରୀ ଓ ହୋମଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହ ଗାଁର ବିକାଶ ଉପରେ ଆଲୋକପାତ କରିଥିଲେ l

ସେହିପରି ଭାବେ ମାଛିପଡ଼ା ଏକ ନମ୍ବର ୱାର୍ଡ଼ର ୱାର୍ଡ଼ ମେମ୍ବରଙ୍କ ସ୍ବର୍ଗତ କୈଳାଶ ଡାକୁଆଙ୍କ ଏକାଦଶ କାର୍ଯ୍ୟରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପରିବାର ଲୋକଙ୍କ ମନରେ ଧର୍ଯ୍ୟ ଭରିଥିଲେ l ଉକ୍ତ ପଞ୍ଚାୟତ ପୋଡାଗଡ଼ ଗ୍ରାମର ବୃନ୍ଦାବନ ନାୟକଙ୍କ 8ବର୍ଷର ପୁଅ ସ୍ୱାଗତ ନାୟକ ପୋଖରୀରେ ବୁଡି ମୃତ ହେବା ଖବର ଶୁଣି ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି

ଦେଇଆସିଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ l ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହ 12ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କଅଁର, ନାଟୁଗାଁ ସରପଞ୍ଚଙ୍କ ପ୍ରତିନିଧି ଭଗବାନ ଜେନା, ଲକ୍ଷୀପ୍ରସାଦ ସରପଞ୍ଚ ନିରଞ୍ଜନ ବିଧାର ଓ ମାଛିପଡ଼ା ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ l ତେବେ ବ୍ଲକ ଅଧ୍ୟକ୍ଷଙ୍କ ଏଭଳି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି l

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!