ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ନୂତନ ସିଡିପିଓ ଭାବେ ଲକ୍ଷ୍ମୀଦାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ପ୍ରରିପେକ୍ଷିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଅଙ୍ଗନୱାର୍ଡ଼ କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଡିପିଓ ଶ୍ରୀମତି ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବ୍ଲକରେ କିଭଳି ଅଙ୍ଗନବାୱାର୍ଡ଼ୀ କର୍ମୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ ଏବଂ କରୋନା ମୁକାବିଲାରେ ସହାୟକ ହେବେ ସେ ନେଇ ଆଲୋଚନା ହୋଇଥିଲା ।





