Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଗରିକତା ସଂଶୋଧନ ଅଧିନିୟମର ଜିଲ୍ଲାସ୍ତରୀୟ ସଚେତନତା

by ସଞ୍ଜୟ ସ୍ୱାଇଁ
January 6, 2020
in Feature News
ନାଗରିକତା ସଂଶୋଧନ ଅଧିନିୟମର ଜିଲ୍ଲାସ୍ତରୀୟ ସଚେତନତା
29
VIEWS
Share on FacebookShare on Twitter

ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଷ୍ଟ୍ରିୟ ପ୍ରବକ୍ତା
ନୟାଗଡ଼,(ବାଘୁଆବାର୍ତ୍ତା): ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରିୟ ପ୍ରବକ୍ତା ଡ. ସମ୍ବିତ ପାତ୍ର, ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ସନ୍ୟାସୀ ନାୟକ ପ୍ରମୂଖ ଉପସ୍ଥିତ ଥିଲେ । ସାରା ଭାରତ ବର୍ଷରେ ଜାନୁୟାରୀ ୫ ତାରିଖରୁ ନାଗରିକତା ସଂଶୋଧନ ଅଧିନିୟମରେ ବିଜେପି ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ନୂଆ ଆଇନକୁ ସାରା ଦେଶରେ ଜନଜାଗରଣ କରିବା ଏବଂ ଘରେ ଘରେ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେସ୍ୟ ବୋଲି ରାଷ୍ଟ୍ରିୟ ପ୍ରବକ୍ତା ଡ. ପାତ୍ର କହିଛନ୍ତି । ନିର୍ବାଚନ ପୂର୍ବରୁ ଆମ ଦଳ ଯାହା ଘୋଷଣା କରିଥିଲା ମୋଦି ତାହାକୁ କରି ଦେଖାଉଥିବା ବେଳେ ବିରୋଧିମାନେ ଏହାକୁ ସହ୍ୟ କରି ନପାରି ଦେଶରେ ନିଆଁ ଲଗାଇବ ନେଇ ଯୋଜନା ଚଳାଇଥିବା ସେ କହିଛନ୍ତି । ଭାରତ ସମସ୍ତଙ୍କୁ ସୁରକ୍ଷା ଦେଉଛି କିନ୍ତୁ ଅନ୍ୟ ପକ୍ଷରେ ପାକିସ୍ତାନ ଏହା କରୁ ନାହିଁ । ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନର ହିନ୍ଦୁ, ବୈାଦ୍ଧ, ଶିଖ୍, ଜୈନ, ପାର୍ସି, ଖ୍ରୀଷ୍ଟ୍ରିୟାନମାନେ ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସି ଯାଇଛନ୍ତି ସେମାନଙ୍କୁ ଏହି ଆଇନ ଅନୁସାରେ ନାଗରିକତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!