ବିକାଶ ଦେଖି ବିରୋଧୀ ଛାନିଆ : ଅରୁଣ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଶରଣକୁଳ (ଜହ୍ନିପଦା) ଗ୍ରାମ ପଞ୍ଚାୟତରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରକୁ ପାଥେୟ କରି ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଗୋପାଳପୁର ଗ୍ରାମର ବିଜେପି ନେତା ଗଣେଶ୍ୱର ବିଶ୍ୱାଳ ଓ ଜହ୍ନିପଦା ଗ୍ରାମର ବିଜେପି ନେତା ଅନିରୁଦ୍ଧ ବେହେରା ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ କିପରି ଗରିବ ଲୋକଟିଏ ଉପକୃତ ହୋଇପାରୁଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ଏଥି ସହିତ ନୂତନ ନବୀନ କାର୍ଡରେ ସାମିଲ ହେବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏøତିହ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ବିଭିନ୍ନ ମଠ ଓ ମନ୍ଦିରର ବିକାଶ ନିମନ୍ତେ ଅନୁଦାନ ବର୍ଷା ଢାଳି ଦେଉଛନ୍ତି । ପୁରୀ ଜଗନ୍ନାଥ ମନ୍ଦିରର ରୁପାନ୍ତରିକରଣ କରାଯାଇ ଅନେକ ବିକାଶ ହୋଇଛି । ଯେଉଁଥି ପାଇଁ ସାରା ପୃଥିବୀରେ ନବୀନ ପଟ୍ଟନାୟକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳର ଲୋକମାନଙ୍କ ପରି ବିଭିନ୍ନ ସୁବିଧା ପାଇପାରୁଛନ୍ତି । ନବୀନ ପଟ୍ଟନାୟକ ସରକାରଙ୍କର ବିକାଶକୁ ଦେଖି ବିରୋଧୀ ଛାନିଆ ହେବାରେ ଲାଗିଛନ୍ତି । ବିକାଶକୁ ସଦାଦର୍ବଦା ବିରୋଧୀ ମାନେ ସହ୍ୟ କରିପାରୁନାହାନ୍ତି ବୋଲି ଡ. ସାହୁ ବକ୍ତବ୍ୟ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟ୍ଟେଇ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସୁବାଷ କଅଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ବ୍ଲକ ବିଜୁ ଜନତା ଦଳର ସଭାପତି ଅଜିତ୍ ପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସମାଜସେବୀ ରାଜେନ୍ଦ୍ର କୁମାର ନାୟକ, ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ରାଉତରାୟ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କର୍ମୀ ସମ୍ମିଳନୀରେ ବହୁ ବିଜେଡି କର୍ମୀ ସାମିଲ ହେବାର ସହିତ ଆଖପାଖ ଅଞ୍ଚଳର ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।






