ବାଲିକୁଦିଆରେ କାଉ ମଡ଼କ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗଦାଧରପ୍ରସାଦ ବାଲିକୁଦିଆ ଗ୍ରାମରେ କାଉ ମଡ଼କ ହୋଇଥିବା ଜଣାଯାଇଛି । ଆଜି କୈାଣସି କାରଣ ବଶତଃ ଆକାଶରେ କାଉ ଗୁଡ଼ିକ ଇସ୍ତତତ୍ ଭାବେ ବୁଲିବା ସହ ଅଚେତ ହୋଇ ତଳେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ କାଉ ଅଚେତ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ କାଉଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସୂଚନାନୁସାରେ, ଇଟାମାଟି ବାଲିକୁଦିଆ ରାସ୍ତାରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରେ ଏହି କାଉ ମଡ଼କ ଘଟିଥିବା ଜଣାଯାଇଛି । ଯାହାକୁ ନେଇ ବାର୍ଡ଼ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।






