ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । ୧୦ ଦଫା ଦାବି ପୂରଣ ନିମନ୍ତେ ସିଆଟିୟୁ, ଆଇଏନ୍ଟିୟୁସି, ଏଆଇଟିୟୁସି ଆଦି ଶ୍ରମିକ ସଂଗଠନ ବିକ୍ଷୋଭରେ ସାମିଲ ହୋଇଥିଲେ । ସିଆଇଟିୟୁ ଜିଲ୍ଲା ସଭାପତି ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇନଜୀବୀ ଅମିୟ ପଟ୍ଟନାୟକ, ପବିତ୍ର ଇନ୍ଦ୍ରଜିତ, ଏସ୍ ଏ କରିମ ପ୍ରମୂଖ ସାମିଲ ହୋଇଥିଲେ । ବିକ୍ଷୋଭ ପରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।





