Monday, March 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୩ ଦିନିଆ ଉନ୍ନୟନ ବୈଠକ

by ସଞ୍ଜୟ ସ୍ୱାଇଁ
September 20, 2018
in Sports
56
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ନୂତନ ସମ୍ମିଳନୀ ଗୃହ “ସୁରଭି’’, ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ କଲୋନୀର ଶୁଭ ଉଦ୍ଘାଟନ କରି ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼କି ର ସମୀକ୍ଷା କରିଥେô ଲ । ଜିଲ୍ଲାପାଳ ଡ. ଏନ.ତିରୁମାଲା ନାଏକ ବୈଠକକୁ ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା, ସମସ୍ତ ଜନପ୍ରତିନିଧି ଏବଂ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ବିଧାୟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ବିଭିନ୍ନ କୋଠାଘର ଓ ବିଭିନ୍ନ ରାସ୍ତା ଗୁଡ଼ିକର ସମୀକ୍ଷା କରିଥିଲେ । ବକେୟା ଥିବା କାର୍ଯ୍ୟ ଗୁଡିକ଼ ବର୍ଷା ପବୂ ର୍ରୁ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟ ।ଳୟ ନ ଥିବା ବିଭାଗ ଗୁଡିକ଼ ଯଥା- ଉଠା ଜଳସେଚନ, ଶ୍ରମ ବିଭାଗ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ବିହିତ ପଦକ୍ଷେପ ନେବା ସଂପର୍କରେ ଆଲୋଚନା କରିଥିଲେ । ଏହାପରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ଅସମାପ୍ତ ଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ କହିଥିଲେ । ସେହିପରି ଜଳସେଚନ, ଉଠା ଜଳସେଚନ ବିଭାଗର କାର୍ଯ୍ୟ ଗୁଡ଼କି ୁ ସମୀକ୍ଷା କରି ବକେୟା ଥିବା କାର୍ଯ୍ୟ ଗୁଡ଼କି ୁ ତରୁ ନ୍ତ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରି ବର୍ଷା ପୂର୍ବରୁ କାମଗୁଡ଼ିକ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ସେସୁ ଓ ଫିଡ୍କୋ ବିଭାଗ ଦ୍ୱାରା ନୟାଗଡ଼ ଓ ଓଡ଼ଗାଁ ବ୍ଲକର ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ପାନୀୟଜଳ ଯୋଗାଣ କରିବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଳର ସଠିକ୍ ବ୍ୟବହାର ପାଇଁ ଏବଂ ପାଇଖାନାର ବ୍ୟବହାର ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ମତ ପ୍ରକାଶ କରିଥିଲେ । ସିନ୍ଦୁରିଆ ପାଇପ୍ ଲାଇନକୁ ସଜାଡ଼ିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଲାଠିପଡ଼ା, ବିରୁଡ଼ା, ବାଲଗୁ ାଁ ଆଦ ି ଗ୍ରାମଗୁଡ଼କି ରେ ପାନୀୟଜଳ ସଠିକ୍ ଭାବେ ଯୋଗାଇ ଦେବା ପାଇଁ କହିଥିଲେ । ପରିଶେଷରେ ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ସଂପର୍କରେ ବିହିତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡ. ଏନ. ତିରୁମାଲା ନାଏକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଅଭୟ କୁମାର ନାୟକ, ନୟାଗଡ଼ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଗୋଲାପ ଦଳବେହେରା ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ସେହିପରି ବୈଠକର ଦ୍ୱିତୀୟ ଦିବସରେ ଜାତୀୟ ଖାଦ୍ୟ ସୁରକ୍ଷା, ଧାନ ସଂଗ୍ରହ, ବିଭିନ୍ନ ପଡ଼ିକାର୍ଡ଼ ସଂପର୍କରେ ସମୀକ୍ଷା କରି ଏକ ଗୋଦାମ ଘର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଚୋରା କିରୋସିନ ଓ ପେଟ୍ରୋଲ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସର୍ବଶିକ୍ଷା ଅଭିଯାନର ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରି ଆଦର୍ଶ ବିଦ୍ୟାଳୟ, ଶିକ୍ଷା ଅଧିକାର, ସ୍କୁଲଗୁଡ଼ିକରେ ଶୌଚାଳୟ ଏବଂ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କର ତାଲିକା ସଂପର୍କରେ ପଚାରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଘରଗୁଡିକ଼ ତୁରନ୍ତ ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲଗୁଡ଼ିକରେ ଉନ୍ନତମାନର ଶିକ୍ଷାଦାନ କରିବା ପାଇଁ ଏକ ତାଲିମ ଶିବିର ପ୍ରସ୍ତୁତ କରିବାକୁ ଏବଂ କିଛି ଅଧିକାରୀଙ୍କୁ ଦାୟିତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ । ସେହିପରି ଜଙ୍ଗଲ ବିଭାଗ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ ଏବଂ ବଲାଙ୍ଗିବନ୍ଧ ଉପରେ ଏକ ପାର୍କ ନିର୍ମାଣର ପ୍ରସ୍ତାବ ଦେଇଥିଲେ ।

ନୟାଗଡ଼ର ଯେତେ ରାସ୍ତା ଅଛି, ରାସ୍ତାକଡ଼ମାନଙ୍କରେ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଚାଲିଥିବା ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କରେ ସମୀକ୍ଷା କରିଥିଲେ । ସଂସ୍କୃତି ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞାପନ “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’’ରେ କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । କଳାକାରମାନେ ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ଆବଶ୍ୟକ ତଥ୍ୟ ପୂରଣ କରି ଦରଖାସ୍ତ ସହିତ ଆବଶ୍ୟକ ହେଉଥିବା ସମସ୍ତ ପ୍ରମାଣପତ୍ର ସହିତ ଜୁନମାସ ୩୦ ସୁଦ୍ଧା ଜିଲ୍ଲାପାଳଙ୍କୁ ଆବେଦନ କରିବା ପାଇଁ ପ୍ରକାଶ ପାଇଛି । ସଂସ୍କୃତି ଅଧିକାରୀ ଏ ସଂପର୍କରେ ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ  ଇଥିଲେ । ଏହାପରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟକୁ ସମୀକ୍ଷା କରି ବଲାଙ୍ଗିବନ୍ଧରେ ଏକ ପିକନିକ୍ ସ୍ପଟ୍ର ସୁବ୍ୟବସ୍ଥା ସହିତ ଅନ୍ୟାନ୍ୟ ସୁବିଧା କରିବା ପାଇଁ ପରାମର୍ଶ ଦେଇଥିଲେ । ସାଗର ପୋଖରୀରେ ବୋଟିଂ ବ୍ୟବସ୍ଥା କରିବା, ବୁଢ଼ାବୁଢ଼ୀୟାଣୀ ଡ୍ୟାମ ଠାରେ ପିକନିକ୍ ସ୍ପଟ୍ର ଉନ୍ନତି କରଣ ପାଇଁ ଏବଂ ଏକ ପାନ୍ଥନିବାସ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ବୈଠକର ତୃତୀୟ ଦିବସରେ ମାନ୍ୟବର ବିଧାୟକ ଡ. ସାହୁ ସମୀକ୍ଷା କରି ଓଡ଼ଗାଁ ଏନଏସିରେ ଏକ ଟ୍ରାନସଫରମର ଯଥାଶୀଘ୍ର ବସାଇବା ପାଇଁ ନିର୍ବାହୀ ଯନ୍ତ୍ରୀ ସେସୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଏକ ଓଭର ଟ୍ୟାଙ୍କ ବସାଇବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ କହିଥିଲେ । ଓଡ଼ଗାଁ ଏନଏସିରେ ଜଙ୍ଗଲ ବିଭାଗ, ପର୍ଯ୍ୟଟନ,ଏନଏସି ଦ୍ୱାରା ହୋଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ ।

ଓଡ଼ଗାଁରେ ହୋଇଥିବା ପାର୍କ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ସେହିଭଳି ନୟାଗଡ଼ ଏନଏସିର ସମୀକ୍ଷା କରି ନୟାଗଡ଼ ବସଷ୍ଟାଣ୍ଡର ଉନ୍ନତି କରଣ, ବଲାଙ୍ଗିବନ୍ଧ ପାର୍କର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନଏସିରେ ଗୋଟିଏ ଜାଗାରେ ଆମିଷ ଦ୍ରବ୍ୟ କ୍ରୟ ବିକ୍ରୟ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ନୟାଗଡ଼ ସହରକୁ ଠିକ୍ ଭାବରେ ପାଣି ଆସୁନଥିବାରୁ ସେ ସଂପର୍କରେ ବିହିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର କଲ୍ୟାଣମଣ୍ଡପ ସଂପର୍କରେ ସମୀକ୍ଷା କରି ବକେୟା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବା ପାଇଁ କହିଥିଲେ । ସେହିଭଳି ଅଙ୍ଗନୱାଡ଼ି କେନ୍ଦ୍ରର ଉନ୍ନତକି ରଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଦ୍ୱାରା ପାନୀୟ ଜଳ ଯୋଗାଣ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବଲାଙ୍ଗିବନ୍ଧର ବନୀକରଣ ପାଇଁ ବନବିଭାଗକ ୁ ପରାମଶ ର୍ ଦେଇଥିଲେ । ଏହାପରେ ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଦ୍ୟାନ ବିଭାଗ, ଜଳବିଭାଜିକା ବିଭାଗ, କ୍ରୀଡ଼ା ବିଭାଗ, ସଂସ୍କୃତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆଦିର ସମୀକ୍ଷା କରି ପିଟିଏସ ଠାରୁ ଡିଆରଡିଏ ପର୍ଯ୍ୟନ୍ତ ରାସ୍ତା କଡ଼ରେ ସୁନ୍ଦର ଫୁଲଗଛ ରୋପଣ କରିବା ପାଇଁ ବନ ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଜାତୀୟ ରାଜପଥ ଉପରେ ରାସ୍ତାର ସୂଚନା ଓ ଗ୍ରାମ ଗୁଡ଼କି ର ନାମ ଲେଖିବା ପାଇ ଁ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗର କାର୍ଯ୍ୟର ଶୁଭାରମ୍ଭ ଓ ଉଦ୍ଘାଟନ କାର୍ଯ୍ୟ ୭ଦିନ ମଧ୍ୟରେ କରାଇବା ପାଇଁ ପରାମର୍ଶ ଦେଇଥିଲେ । ସଦର ମେଡିକାଲ ପାଇଁ ୧୫ଏକର ଜମି ଯୋଗାଇ ଦେବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରସ୍ତାବ ଦେଇଥିଲେ । ଏହି ପସ୍ତ୍ର ।ବକ ୁ ବିଧାୟକ ସମର୍ଥନ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!