Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୀମରା ପର୍ବତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

by Anil Panda
October 1, 2020
in Nayagarh, Toursimi
ଭୀମରା ପର୍ବତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଉକ୍‌ôଳୀୟ ସଂସ୍କୃତି ଉଜ୍ଜ୍ୱିବିତ ହୋଇଛି ପୈାରାଣିକ କିମ୍ବଦନ୍ତୀ ଗାଥାକୁ ନେଇ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ପୈାରାଣିକ ତଥା ଐତିହ ସ୍ଥାନ ଆମ କଳା ଓ ସଂସ୍କୃତିକୁ ଉଜ୍ୱିବିତ କରୁଥିବା ବେଳେ ସେଥି ମଧ୍ୟରୁ ଅନ୍ୟ ଏକ ପୈାରାଣିକ ପୀଠ ହେଉଛି ଭୀମରା ପର୍ବତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଖମାରସାହି ଗ୍ରାମ ପଂଚାୟତ ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ପ୍ରାୟ ୨ କିମି ଦୂରରେ ଅବସ୍ଥିତ । ଏହା ହେଉଛି ଏକ ବିରାଟ ବର୍ତୁଳାକାର ତ୍ରିସ୍ତରୀୟ ପ୍ରସ୍ତର । ଯେଉଁଠାରେ ପୁରାଣ ପୁରୁଷ ପଚୁଂପାଣ୍ଡବ ବହୁ ବର୍ଷ ପୂର୍ବେ ଏଠାରେ ଥିବା ବଡ଼ ଗୁମ୍ଫା ମଧ୍ୟରେ ବନବାସୀ ଜୀବନ ବିତାଇଥିଲେ ବୋଲି ଲୋକଗାଥା ରହି ଆସିଛି । ଏହାର ସବା ଉପରି ଭାଗ ପ୍ରଶସ୍ତ ଚଟାଣପରି ଏବଂ ଏହା ଉପରେ ଦ୍ୱିତୀୟ ପାଣ୍ଡବ ଭୀମଦେବଙ୍କ ପାଦ ଚିହ୍ନ ସମେତ ଗଦା ସଂକେତ ପ୍ରତୀୟ ମାନ ହୁଏ । ଯାହାକି ଅଂଚଳ ମଧ୍ୟରେ ଆଧ୍ୟାତ୍ମିକ ବିଶ୍ୱାସ ସୃଷ୍ଟି କରି ଆସୁଅଛି । ନିମ୍ନ ଚଟାଣ ପ୍ରସ୍ତରରେ ଅଶ୍ୱଖୁରା କୃତି, ହଣ୍ଡା ଘୋଷରା ଚିହ୍ନ ସହିତ ପାଣ୍ଡବ ଭାଇ ମାନଙ୍କ ଦ୍ୱାରା ବ୍ୟବହୃତ ରୋଷଶାଳା ଦୃଶ୍ୟ ମଧ୍ୟ ଦୃଷ୍ଟି ଗୋଚର ହୁଏ । ପାହାଡ଼ ଶୀର୍ଷରେ କୈାଣସି ଏକ ସ୍ଥାନରେ କୁଦା ମାରିଲେ ଯେଉଁ ଶବ୍ଦ ଶୁଣାଯାଏ ତାହା ‘କଂସା ଝଣଝଣ’ ସ୍ଥଳ ନାମରେ ପରିଚିତ । ଏହି ପାହାଡ଼ର ଉତ୍ତରରେ ସଂଲଗ୍ନ ରଙ୍ଗିଆ ପାହାଡ଼ ଏବଂ ଉତ୍ତର ପୂର୍ବରେ ଗଡ଼ଜାତ ରାଜାଙ୍କ ଦ୍ୱାରା ସ୍ଥାପିତ ଶ୍ରୀ ଜଗନ୍ନାଥ ମନ୍ଦିର ଅବସ୍ଥିତ । ପଶ୍ଚିମ ପାଶ୍ୱର୍ ପାଦ ଦେଶରେ ଏକ କ୍ଷୁଦ୍ର ଝରଣା ନିରନ୍ତର ପ୍ରବାହିତ ହେଉଛି । ନିକଟସ୍ଥ ସାରେଣିଗଣ୍ଡା ଗ୍ରାମର ବୁଢିମା ଠାକୁରାଣୀ ଏ ଅଚଂଳର ପ୍ରତ୍ୟକ୍ଷ ଦେବୀ । କେଉଁ ଅଜଣା କାଳରୁ ଏହି ସ୍ଥାନରେ ପ୍ରତିବର୍ଷ ଓଡ଼ିଆ କାର୍ତ୍ତିକ ମାସରେ ସାଧାରଣତଃ ଆଖପାଖ ଅଂଚଳର ପ୍ରତି ବିଦ୍ୟାଳୟର ଶିକ୍ଷାର୍ଥି ଓ ଶିକ୍ଷକ ଏବଂ ଗ୍ରାମବାସୀମାନେ ବଣଭୋଜି କରିବାକୁ ଆସନ୍ତି । ବର୍ତ୍ତମାନ ଅଂଚଳର ଜନସାଧାରଣଙ୍କ ଉଦ୍ୟମରେ ପ୍ରାୟ ୧୦ ବର୍ଷ ହେଲା ପାହାଡ଼ ପାଦଦେଶସ୍ଥ ପରିସରରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହେବା ସହ ସାଜସଜ୍ଜା କରାଯାଇଅଛି । ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନିମସ୍ତେ ଅନେକ ବଦାନ୍ୟ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭୀମରା ଉନ୍ନୟନ ଟ୍ରଷ୍ଟ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଏହାର ପୈାରାଣିକ କିମ୍ବଦନ୍ତୀକୁ ଉଜ୍ଜିବିତ ରଖିବାପାଇଁ ଅଂଚଳବାସୀ ଦାବି କରିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!