Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀବିତଙ୍କୁ ମୃତ ଦର୍ଶାଇ ଭତ୍ତା ବନ୍ଦ

by ସଞ୍ଜୟ ସ୍ୱାଇଁ
April 28, 2025
in Nayagarh
ଜୀବିତଙ୍କୁ ମୃତ ଦର୍ଶାଇ ଭତ୍ତା ବନ୍ଦ
243
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ତଥା ତାଳମେଳ ରହୁନଥିବା ଦେଖାଯାଇଛି । ଅନେକ ୮୦ବର୍ଷିୟ ହିତାଧିକାରୀ ଆଜି ବି ସରକାରଙ୍କ ୩୫ ଶହ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ହିତାଧିକାରୀଙ୍କୁ ମୃତ ଦର୍ଶାଇ ହଇରାଣ କରାଯାଉଛି । ସାତ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣେ ହିତାଧିକାରୀ ଏଭଳି ଅଭିଯୋଗ ଆଣିଛନ୍ତି । ଏହି ହିତାଧିକାରୀ ହେଲେ ନାଟୁଗାଁ ଗ୍ରାମ ପଞ୍ଚାୟତ ସାଲୁଣି ଗ୍ରାମର ସ୍ୱର୍ଗତ ଦାଶରଥି ପ୍ରଧାନଙ୍କ ବିଧବା ପତ୍ନୀ ନହଲୀ ପ୍ରଧାନ । ସେ ୨୦୧୧ ମସିହାରୁ ଭତ୍ତା ପାଇ ଆସୁଥିଲେ । ୨୦୨୩ ମସିହାଠାରୁ ସେ ତାଙ୍କ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିଲେ । ୨୦୨୪ ଅକ୍ଟୋମ୍ବର ମାସରୁ ତାଙ୍କ ବ୍ୟାଙ୍କ ଖାତାକୁ ଆଉ ଭତ୍ତା ଟଙ୍କା ଆସୁନଥିବା ଜାଣିବା ପରେ ସେ ଏହାର ଖୋଳତାଡ଼ କରିଥିଲେ । ଉକ୍ତ ପଞ୍ଚାୟତ ପିଇଓ ଏବଂ ବ୍ଲକରେ କାର୍ଯ୍ୟରତ କର୍ମଚାରୀଙ୍କୁ କୈାଣସି ଅନୁଧ୍ୟାନ ନକରି ତଥା କୈାଣସି ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ମୃତ ଦର୍ଶାଇ ଭତ୍ତା ବନ୍ଦ କରି ଦେଇଥିବା ନହଲୀ ଅଭିଯୋଗ କରିଛନ୍ତି । ଏନେଇ ସେ ଆଜି ବିଡିଓଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଭତ୍ତା ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାନଗଲେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି ଉଲ୍ଲେଖ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!