ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ତଥା ତାଳମେଳ ରହୁନଥିବା ଦେଖାଯାଇଛି । ଅନେକ ୮୦ବର୍ଷିୟ ହିତାଧିକାରୀ ଆଜି ବି ସରକାରଙ୍କ ୩୫ ଶହ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ହିତାଧିକାରୀଙ୍କୁ ମୃତ ଦର୍ଶାଇ ହଇରାଣ କରାଯାଉଛି । ସାତ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣେ ହିତାଧିକାରୀ ଏଭଳି ଅଭିଯୋଗ ଆଣିଛନ୍ତି । ଏହି ହିତାଧିକାରୀ ହେଲେ ନାଟୁଗାଁ ଗ୍ରାମ ପଞ୍ଚାୟତ ସାଲୁଣି ଗ୍ରାମର ସ୍ୱର୍ଗତ ଦାଶରଥି ପ୍ରଧାନଙ୍କ ବିଧବା ପତ୍ନୀ ନହଲୀ ପ୍ରଧାନ । ସେ ୨୦୧୧ ମସିହାରୁ ଭତ୍ତା ପାଇ ଆସୁଥିଲେ । ୨୦୨୩ ମସିହାଠାରୁ ସେ ତାଙ୍କ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିଲେ । ୨୦୨୪ ଅକ୍ଟୋମ୍ବର ମାସରୁ ତାଙ୍କ ବ୍ୟାଙ୍କ ଖାତାକୁ ଆଉ ଭତ୍ତା ଟଙ୍କା ଆସୁନଥିବା ଜାଣିବା ପରେ ସେ ଏହାର ଖୋଳତାଡ଼ କରିଥିଲେ । ଉକ୍ତ ପଞ୍ଚାୟତ ପିଇଓ ଏବଂ ବ୍ଲକରେ କାର୍ଯ୍ୟରତ କର୍ମଚାରୀଙ୍କୁ କୈାଣସି ଅନୁଧ୍ୟାନ ନକରି ତଥା କୈାଣସି ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ମୃତ ଦର୍ଶାଇ ଭତ୍ତା ବନ୍ଦ କରି ଦେଇଥିବା ନହଲୀ ଅଭିଯୋଗ କରିଛନ୍ତି । ଏନେଇ ସେ ଆଜି ବିଡିଓଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଭତ୍ତା ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାନଗଲେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି ଉଲ୍ଲେଖ କରିଛନ୍ତି ।