ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରବାସୀଙ୍କ ହୃଦୟ ଜିତିଲେ ଭାଟସାହି ପଂଚାୟତର କ୍ଷମତାପ୍ରାପ୍ତ ଜିଲ୍ଲାପାଳ କିଶୋର ସାହୁ । ପଂଚାୟତ ଅଧିନରେ ଥିବା ସଂଗରୋଧ କେନ୍ଦ୍ରକୁ ସମ୍ମାନର ସହ ପ୍ରବାସୀଙ୍କୁ ଆଣି ଉତ୍ତମ ଆଥିତେୟତାର ସହ ୨୧ ରଖିବା ପରେ ସମ୍ମାନର ସହ ବିଦାୟ ଦେଇଛନ୍ତି । ପଂଚାୟତ ଅଧିନରେ ଥିବା ସଂଗରୋଧ କେନ୍ଦ୍ରରେ ୩୮ ଜଣ ପ୍ରବାସୀ ରହିଥିବା ବେଳେ ଗତକାଲି ଜିଲ୍ଲାପାଳ କିଶୋର ସାହୁ ୧୦ ଜଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟ ଦେଇଥିବା ବେଳେ ଆଜି ପୁଣି ୧୩ ଜଣଙ୍କୁ ସମାନ ଢଙ୍ଗରେ ବିଦାୟ ଜଣାଇଛନ୍ତି । ପ୍ରବାସୀମାନଙ୍କୁ ଫୁଲ ଓ ଉତ୍ତରୀୟ ପ୍ରଦାନ କରିବା ସହ ସେ ୨୧ ଦିନରେ ଦେଇଥିବ ଆତିଥେୟତା ପ୍ରବାସୀମାନେ କେବେ ବି ଭୁଲି ପାରିବେ ନାହିଁ କହିଛନ୍ତି । ଏହି ୨୧ଦିନ ମଧ୍ୟରେ ଖାଇବା, ପିଇବା, ରହିବାରେ କୈାଣସି ଅସୁବିଧା ହୋଇନଥିବା ସଂଗରୋଧରେ ରହିଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ।





