ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନେତୃତ୍ୱରେ ଉତ୍କଳ ପାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ଗ୍ରାମ ଗୁଡ଼ିକରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ, ରାକମା, ଫତେଗଡ଼ ପାର୍ବତୀପୁର, ପଦ୍ମାବତୀ ଝଗରପଡ଼ା ପ୍ରଭୃତି ଅଂଚଳରେ ରହୁଥିବା ୨୮୦ ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । କରୋନା ଭୟାବହତା ସମୟରେ ବ୍ଲକ ଉପାଧ୍ୟକ୍ଷଙ୍କ ଏଭଳି ସାମାଜିକ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।






