ଓଡ଼ଗାଁ, (ବାଘୁଆବାର୍ତ୍ତା): ଇଣ୍ଡିଆନ୍ ମ୍ୟୁଜିକ୍ ପକ୍ଷରୁ ଶରଣକୂଳର ପ୍ରସିଦ୍ଧ ଶୈବ୍ୟ ପୀଠ ଲଡ଼ୁବାବାଙ୍କ ମନ୍ଦିର ସାମ୍ନାରେ ଆଜି ‘ଆଜି ଜୟ ଲଡ଼ୁବାବା’ ଭଜନ ଲୋକର୍ପିତ ହୋଇଯାଇଛି । ଏଥିରେ ପଂଚରିଡ଼ା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ, ଶିକ୍ଷାବିତ୍ କିଶୋର ଚନ୍ଦ୍ର କର, ସମାଜସେବୀ ବିକ୍ରମ ଦାଶ, ସାମ୍ବାଦିକ ଜୟକୃଷ୍ଣ ସାହୁ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, କଂଣ୍ଠଶିଳ୍ପୀ ରବିନ୍ଦ୍ର ନାଥ ତ୍ରୀପାଠୀ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଲଡ଼ୁବାବାଙ୍କ ମହିମା ଏବଂ ବୋଲ୍ବମ ଭକ୍ତଙ୍କ ଉପରେ ଆଧାରିତ ଭଜନଟିକୁ ୟୁଟ୍ୟୁବ୍ ଏବଂ ଫେସବୁକରେ ଲୋକାର୍ପିତ କରିଥିଲେ । ଗୀତଟିକୁ କଂଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗାନ କରିଥିବା ବେଳେ ଏହା ଗୀତିକାର ନଳିନୀ ଦାଶଙ୍କ ଦ୍ୱାରା ରଚିତ ବୋଲି ଜଣାଯାଇଛି । ଏଥିରେ ସ୍ୱର ଓ ସଂଗୀତ ସଂଯୋଜନା କରିଛନ୍ତି ଅଞ୍ଜନ କୁମାର । ଗୀତଟିଏ ଶ୍ରୋତା ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି ।






