ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ବଳରାମ ପ୍ରସାଦ ଗ୍ରାମରେ ଥିବା କୃଷ୍ଣ ଗୌରାଙ୍ଗ ମେମୋରିଆଲ ହାଇସ୍କୁଲ୍ର ୨୦୦୬ ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୪ବର୍ଷ ବ୍ୟବଧାନ ପରେ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସିଧାମୂଳା ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୋକୁଳାନନ୍ଦ ପୀଠ ଠାରେ ରବିବାର ଦିନ ଖୁବ୍ ଧୁମ୍ଧାମ୍ର ସହିତ ପାଳନ କରିଛନ୍ତି । ୨୦୦୬ ମେଟ୍ରିକ୍ ବ୍ୟାଚ୍ର ସ୍ୱର୍ଗତ ବିଚିତ୍ର କୁମାର ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଚିରସ୍ମୃତିକୁ ମନେ ପକାଇ ସହପାଠୀମାନେ ପ୍ରଥମେ ସ୍ମୃତିସଭାରେ ତାଙ୍କ ଆତ୍ମାର ସଦ୍ଗତି କମନାକରି ଇଶ୍ୱରଙ୍କ ପାଖରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ବିଦ୍ୟାଳୟର ସହପାଠୀ ସଂଗ୍ରାମ ପଢିଆରୀ, ରଂଜନ କୁମାର ସାହୁ, ଗୁଲୁପ୍ରସାଦ ସ୍ୱାଇଁ, ବିକ୍ରମ ସାହୁ, ରାଜୀବ ରାଉତ, ବର୍ଷାରାଣୀ ସାହୁ, କବିତା ରାଉତ, ତ୍ରୀନାଥ ସ୍ୱାଇଁ, ସରୋଜ କୁମାର ମଳିକ ପ୍ରମୁଖଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ ସହପାଠୀ ଓ ପରିବାର ବର୍ଗଯୋଗଦେଇ ସ୍କୁଲ୍ର ଅତୀତ ଦିନର ସ୍ମୃତିକୁ ମନେପକାଇ ନାଚଗୀତରେ ଝୁମିଥିଲେ ଓ ପରିଶେଷରେ ପ୍ରସ୍ତୁତ ହୋଇଥିବା ଭୋଜିରେ ଯୋଗଦାନ କରିଥିଲେ । ଦୀର୍ଘଦିନ ପରେ ସମସ୍ତ ସହପାଠୀ ଏକ୍ଜୁଟ୍ ହୋଇଥିବାରୁ ସନ୍ତୋଷ କୁମାର ପାତ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।






