ନୟାଗଡ଼,(ବାଘୁଆବାର୍ତ୍ତା): ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ୱାନରେ ଆଜି ନୟାଗଡ଼ରେ ବନ୍ଦ ପାଳନ ସଫଳ ହୋଇଛି । ଅଖିଳ ଭାରତ କୃଷକ ମହାସଭା, ନବନିର୍ମାଣ କୃଷକ ସଂଗଠନ, କିଷାନ କଂଗ୍ରେସ ନେତୃତ୍ୱରେ ନୟାଗଡ଼ ମୁଖ୍ୟ ଛକରେ କର୍ମୀମାନଙ୍କ ପିକେଟିଂ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲାଜଜ୍ କୋର୍ଟ ଆଗରେ ଧାରଣ ଦିଆଯାଇଥିଲା । ପୈାରାଞ୍ଚଳ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ବୀମା କାର୍ଯ୍ୟାଳୟରେ ପିକେଟିଂ କରି କାର୍ଯ୍ୟ ବନ୍ଦ କରାଯାଇଛି । ପରିବହନ କର୍ମଚାରୀ, ବଣିକ ସଂଘ ଏବଂ ବ୍ୟବସାୟୀ ସଂଘର ସହଯୋଗର ସହଯୋଗ କ୍ରମେ ଗାଡ଼ି ମୋଟର ଚଳାଚଳ ସଂମ୍ପୂର୍ଣ୍ଣ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଥିଲା । ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଓଡ଼ିଶା କୃଷକ ସଭାର ନେତୃତ୍ୱ ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ଏସ୍ଏ କରିମ, ସହଦେବ ଡାକୁଆ, ନବନିର୍ମାଣ କୃଷକ ସଂଗଠନ ନେତା ମହେଶ୍ୱର ଜେନା, ପ୍ରମୋଦ କୁମାର ଦାଶ, ବ୍ରଜ କିଶୋର ପରିଡ଼ା, କିଷାନ କଂଗ୍ରେସ ନେତା ମନୋଜ ସାହୁ, କଂଗ୍ରେସ ନେତା ରଣଜିତ ଦାଶ ପ୍ରମୂକ ସାମିଲ ହୋଇଥିଲେ ।






