ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ବାଲୁଗାଁଠାରେ ଏକ ଅତ୍ୟାଧୁନିକ ଜିମ୍ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସନ୍ତୋଷ ପ୍ରଧାନ, କବି ଚନ୍ଦ୍ରବିଜୟୀ ମିଶ୍ର, ବାଲୁଗାଁ ସଭାପତି କେଶବ ଦଳବେହେରା, ପୂର୍ବତନ ସରପଂଚ ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀପ୍ରସାଦ ସରପଂଚ ଇଂ ସୈାମ୍ୟରଂଜନ ପ୍ରଧାନ, ସମାଜସେବୀ ପ୍ରଫୁଲ ସାହୁ, କ୍ରିଦାଶପୁର ସରପଂଚ ଅନ୍ତର୍ଯ୍ୟାମୀ ଦାଶ, ସଂଜୟ ନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଂଚଳ ଯୁବକଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଏହି ଜିମ୍ ଉଦ୍ଘାଟିତ ହୋଇଯାଇଛି ।





