ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ ବଲାଙ୍ଗୀପାର୍କର ନିର୍ମାଣ କାର୍ଯ୍ୟ ଅଗ୍ରଗତିକୁ ନେଇ ଆଜି ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତନାଘନା କରିଛନ୍ତି । ମନ୍ତ୍ରୀ ଡ. ସାହୁ ବଲାଙ୍ଗୀ ପାର୍କ ଚାରିପଟେ ବୁଲିବା ସହ କାମର ଅଗ୍ରଗତୀ ସଂମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷା ପୂର୍ବରୁ କାମକୁ ଶେଷ କରିବା ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେବା ସହ ଏହି ପାର୍କ କିଭଳି ଉନ୍ନତ ମାନର ତଥା ବିଶ୍ୱସ୍ତରୀୟ ହେବ ସେ ନେଇ ବାରମ୍ବାର ଆଲୋଚନା କରୁଛନ୍ତି । ଆଜି ମନ୍ତ୍ରୀଙ୍କ ପାର୍କ ଗ୍ରସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ପ୍ରମୂଖ ଉପସ୍ଥିତ ରହି କାମର ଅଗ୍ରଗତି ସଂମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏହି ତଦାରଖ ସମୟରେ ବିଭିନ୍ନ କାର୍ଯ୍ୟର ଉପରେ ଅସନ୍ତୋଷ ପ୍ରକାଶ କରି ଆଜି ମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବାକୁ କହିିଛନ୍ତି । ଏଥିରେ ଖିଲାପି କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ବିଭିନ୍ନ ବିଭାଗର ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।







