ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ ବଲାଙ୍ଗୀପାର୍କର ନିର୍ମାଣ କାର୍ଯ୍ୟକୁ ଆଜି ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତଦାରଖ କରିଛନ୍ତି । ମନ୍ତ୍ରୀ ଡ. ସାହୁ ବଲାଙ୍ଗୀ ପାର୍କ ଚାରିପଟେ ବୁଲିବା ସହ ଖୁବଶୀଘ୍ର ପୋଖରୀ କାମ ଶେଷ କରିବା, ଚାରିପଟ ଡ୍ରେନେଚ ବ୍ୟବସ୍ଥାକୁ ସାରିବା, ପଥର ପ୍ୟାଚିଂ କାମକୁ ତ୍ୱରାନ୍ୱିତା କରିବା ସହିତ ବନବିଭାଗ ଦ୍ୱାରା ନିର୍ମାଣ ଧିବା ଡ୍ରେନେଜ କାର୍ଯ୍ୟକୁ ଶେଷ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା କରିଛନ୍ତି । ଏହି ତଦାରଖ ସମୟରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ଅସନ୍ତୋଷ ପ୍ରକା କରି ଆଜି ମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବାକୁ ତାଗିଦ୍ କରିଛନ୍ତି । ଏଥିରେ ଖିଲାପି କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ସମୀକ୍ଷାରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।







