Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ଅଧିବେଶନ

by ସଞ୍ଜୟ ସ୍ୱାଇଁ
February 12, 2020
in Breaking
ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ଅଧିବେଶନ
54
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ଯୋଜନା ବୋର୍ଡ କମିଟିର ପ୍ରଥମ ବୈଠକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ପ୍ରଧାନ ସମସ୍ତ ସଦସ୍ୟମାନଙ୍କୁ ଗୃହକୁ ସ୍ୱାଗତ ଜଣାଇଥିଲେ ଏବଂ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯେତେ ବିଭାଗର ଅର୍ଥ ଆସୁଛି ତାର ସଠିକ୍ ବିନିମୟ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି କହିଥିଲେ । ନୟାଗଡ଼ରେ ଜିଲ୍ଲା ଯୋଜନା ବୋର୍ଡ ଠିକ୍ ସମୟରେ ବୈଠକ ଡକାଇ ସବୁ ବିଭାଗର ଯୋଜନା ପ୍ରସ୍ତୁତ କରାଇବେ ଏବଂ ଠିକ୍ ଭାବରେ ଯୋଜନା ଗୁଡ଼ିକୁ ପରିଚାଳନା କରାଇ ନୟାଗଡ଼ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବରେ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରାଇବେ । ଏହି ଜିଲ୍ଲାକୁ ସରସ ସୁନ୍ଦର କରିବା ପାଇଁ ମାର୍ଗଦର୍ଶକମାନଙ୍କୁ ଡାକି ପରାମର୍ଶ ନେବେ । ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଲେ ଯେ, ଯାହା କାର୍ଯ୍ୟ କରାଯିବ ତାହା ଯୋଜନା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ଆବଶ୍ୟକ । ଏହାପରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ସଂପର୍କରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଡ. ସାହୁ କହିଲେ ଯେ, ନୟାଗଡ଼ ବାଇପାସ ରାସ୍ତା ବଡ଼ପଣ୍ଡୁସର ଠାରୁ ଆରମ୍ଭ ହୋଇ ନୟାଗଡ଼-ଓଡ଼ଗାଁ ରାସ୍ତା ଦେଇ ଲେଙ୍କୁଡ଼ିପଡ଼ା ଗ୍ରାମ ଦେଇ ମାହାଙ୍କପଲ୍ଲୀ ଠାରେ ବାହାରିବ । ୨୧ଟି ଗ୍ରାମ ଦେଇ ଏହି ରାସ୍ତା ଯିବ । ପ୍ରାୟ ୧୭ କିଲୋମିଟର ବାଇପାସ ରାସ୍ତା ନିର୍ମାଣ କରାଯିବ । ନୟାଗଡ଼ ତହସିଲଦାର ଜମି ଅଧିଗ୍ରହଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ଜାତୀୟ ରାଜପଥର ଯନ୍ତ୍ରୀ ଯଥାଶୀଘ୍ର ଏହି ରାସ୍ତ ନିର୍ମାଣ କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିବେ । ଏହି ବାଇପାସ ଦ୍ୱାରା ନୟାଗଡ଼ ସହରର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!