Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜସ୍ୱ ଅମଲା ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

by ସଞ୍ଜୟ ସ୍ୱାଇଁ
February 18, 2020
in Feature News
20
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଦରମାର ବକେୟା ଅର୍ଥରୁ ୧୦ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଆସନ୍ତା ମାର୍ଚ୍ଚ ୨୦ ସୁଦ୍ଧା କର୍ମଚାରୀମାନେ ଏହି ଅର୍ଥ ଉଠାଇପାରିବେ । ପୂର୍ବରୁ ବକେୟା ଦରମା ଅର୍ଥରୁ ୪୦ପ୍ରତିଶତ ମିଳିଥିଲା । ୧୦ପ୍ରତିଶତ ମିଶିବା ପରେ କର୍ମଚାରୀମାନେ ସରକାରଙ୍କ ଠାରୁ ୫୦ ପ୍ରତିଶତ ବକେୟା ପାଇବେ । ୧.୭.୨୦୧୯ରୁ ୧.୧.୨୦୨୦ ପର୍ଯ୍ୟନ୍ତ ୬ମାସର ବକେୟା ମହଙ୍ଗାଭତ୍ତା ପ୍ରଦାନ କରାଯାଇ ନଥିବାରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହିତ କେନ୍ଦ୍ରୀୟ ହାରରେ ଘରଭଡ଼ା ପ୍ରଦାନ କରିବା ପାଇଁ ମଧ୍ୟ ଦାବି ହୋଇଛି । ଏହାସହିତ ୬୦ ଭାଗ ଏରିଅର୍ ପ୍ରଦାନ ପାଇଁ ଉକ୍ତ ଦାବିପତ୍ରରେ ଉପସ୍ଥାପନ କରାଯାଇଛି । ଓଆର୍‌ଏସ୍‌ପି ନିୟମ ୨୧୭ ଅନୁସାରେ ଘରଭଡ଼ା ବୃଦ୍ଧି ପାଇଁ ଦାବି କରାଯାଇଥିବା ବେଳେ ନୟାଗଡ଼ ରାଜସ୍ୱ ଅମଲା ସଂଘ ପକ୍ଷରୁ ସଭାପତି ମନୋଜ କୁମାର ଜେନା, ସମ୍ପାଦକ ବିପିନ୍‌ବିହାରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!