ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆଜି ଅଦିନିଆ ବର୍ଷା ହେବା ସହ କେତେକ ସ୍ଥାନରେ କ୍ଷତି ସୃଷ୍ଟି କରିଛି । ପନ୍ଦରରୁ କୋଡ଼ିଏ ମିନିଟ ଧରି ଜିଲ୍ଲାର ବିଭିନ୍ନ ଅଂଚଳରେ ନିର୍ଦ୍ଧୁମ ବର୍ଷା ହେବା ଫଳରେ ଅନେକ ସ୍ଥାନରେ ମଣ୍ଡିରେ ପଡ଼ିଥିବା ଧାନ ଓଦା ହେବା କ୍ଷତି ହୋଇଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ, ନୂଆଗାଁ, ଖଣ୍ଡପଡ଼ା, ଭାପୁର, ଓଡ଼ଗାଁ, ରଣପୁର ଅଂଚଳର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ଧାନ ଓଦା ହୋଇଛି । ହଠାତ ବର୍ଷା ହେବା କାରଣରୁ ଚାଷୀମାନେ ମଣ୍ଡିକୁ ଆଣିଥିବା ଧନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ପାରି ନାହାନ୍ତି । ସେହିଭଳି ବର୍ଷା ସହ କିଛି ସ୍ଥାନରେ ଶୀତୁଆ ପବନ ବୋହିଥିବା ଜଣାଯାଇଛି ।






