ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର l ହାଇୱା ଧକ୍କାରେ ବୟସ୍କ ବ୍ୟକ୍ତି ଗୁରୁତର l ବୟସ୍କ ବ୍ୟକ୍ତି ଜଣଙ୍କ ଘର ପାଣିକୋଇଲା ଗାଁର କାହ୍ନୁ ଚରଣ ବୋଲି ଜଣାପଡିଛି l ତେବେ ହାଇୱାକୁ ଧରିବା ପାଇଁ ଚାପ୍ପା ଉତ୍ତେଜନା ଦେଖା ଦେବା ସହ ପାଣିପୋଇଲା ଛକ ଠାରେ ରାସ୍ତା ରୋକ ଯାଇଥିବା ଜଣାପଡିଛି l ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ପାଣିପୋଇଲା ଗ୍ରାମର 50ବର୍ଷିୟ ବ୍ୟକ୍ତି କାହ୍ନୁ ଚରଣ ଘରୁ ବାହାରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି l ତେବେ ଘଟଣା ସ୍ଥଳରେ କାହ୍ନୁ ଚରଣଙ୍କ ଗୁରୁତର ହୋଇଥିବା ବେଳେ ପରିବାର ଲୋକ କାହ୍ନୁଙ୍କୁ ଜିଲ୍ଲା ମୁଖ୍ୟ ସିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ l ତେବେ ପରିବାର ଲୋକ ହାଇୱାକୁ ଧରିବା ପାଇଁ ଦାବି କରି ପାଣିପୋଇଲା ଛକ ଠାରେ ରାସ୍ତା କରିଛନ୍ତି ପରିବାର ଲୋକ l ଖବର ପାଇ ସଦର ଥାନା ଆଇଆଇସି ବିଜୟା ସାହୁ ଓ ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିବା ସୂଚନା ମିଳିଛି l






