ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ମଧ୍ୟରେ ଆଜି ସଂନ୍ଧ୍ୟାରେ ଜଣେ ମଦ୍ୟପ ଚାଳକ ଉନ୍ମୁତ୍ତ କାଣ୍ଡ ଘଟାଇଛନ୍ତି । ବେପରୁଆ ଗାଡ଼ି ଚଳାଇବା ପ୍ରଥମେ ଗାଡ଼ିକୁ ସିଟି ଲାଇଫ ନିକଟରେ ଦୁର୍ଘଟଣା ଘଟାଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଆହାତ ହୋଇଥିବା ଏବଂ ପରେ ସେଠାରୁ ଯାଇ ଅନ୍ୟ ସ୍ଥାନରେ ଦୁର୍ଘଟଣା ଘଟାଇଥିବା ଜଣାଯାଇଛି । ଏହାକୁ ନେଇ ବେଶ ଆଲୋଡ଼ନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆହାତ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ଜଣାଯାଇଛି ।





