ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକ୍ଷକ ପ୍ରଣବ କିଶୋର ନାୟକ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଏକ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରତିଷ୍ଠା ବିଭାଗ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ପ୍ରଣବଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଜଣେ ନିର୍ଭିକ ଓ ସଚ୍ଚୋଟ କର୍ମଚାରୀ ବୋଲି ମତ ଦେଇଥିଲେ । ଶ୍ରୀ ନାୟକ ୧୯୮୫ ମସିହାରୁ ପ୍ରଥମେ ଦଶପଲ୍ଲାରୁ ତାଙ୍କ ଚାକିରୀ ଜୀବନ ଆରମ୍ଭ କରି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଆରଏସ ପାଇ ବାଲେଶ୍ୱର ନୀଳଗିରିଠାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ପରମୂହୂର୍ତ୍ତରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଜଣାପଡ଼ିଛି । ଏହି ସଭାରେ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।






