ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା ସାଥି ସଂଘ ପକ୍ଷରୁ ୫ ଦଫା ନେଇ ବିକ୍ଷୋଭ ପଦର୍ଶନ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଆଶା ସାଥି ମାନଙ୍କୁ ସରକାରୀ ମାନତ୍ୟା ପ୍ରଦାନ କରିବା ଏବଂ କେନ୍ଦ୍ର ସରକାରାଙ୍କ ଘୋଷଣା ଅନୁସାରେ ୬ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯିବା । ୟୁନିଫର୍ମ ଲାଗୁ କରାଯିବା ଓ ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ତାଲିମ ଦିଆଯିବା ନେଇ ଦାବି ହୋଇଛି । ୧୩ ବର୍ଷ ଧରି ଆଶା ଓ ଆଶା ସାଥି ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ବୀମା ଏବଂ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ଆଶା ସାଥି ସଂଘ ଏବଂ ନୟାଗଡ଼ ଜିଲ୍ଲା ଆଶା ସାଥି ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ସଭାନେତ୍ରୀ ଅଂଜଳୀ ମହାନ୍ତି, ସଂପାଦିକ ଜ୍ୟୋତ୍ସାମୟୀ ନାଥଶର୍ମାଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଛି ।






