ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନଜିବୀ ସଂଘର ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ପ୍ରସନ୍ନ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ମାସ ୨୮ ତାରିଖରେ ପ୍ରସ୍ତାବିତ ନିର୍ବାଚନ ପାଇଁ ଗୃହର ସର୍ବସମ୍ମତି ପ୍ରକାଶ ପାଇଛି । ଆଇନଜିବୀ ନିରଞ୍ଜନ ମହାପାତ୍ରଙ୍କୁ ନିର୍ବାଚନ ଅଧିକାରୀଭାବେ ମନୋନୀତ କରାଯାଇଥିବା ବେଳେ ଆଇନଜୀବୀ ଜିତେନ୍ଦ୍ର କୁମାର ପଟ୍ଟନାୟକ ଏବଂ ବିଶ୍ୱଜିତ ଆଚାର୍ଯ୍ୟଙ୍କୁ ନିର୍ବାଚନ ଯୁଗ୍ମ ସଂପାଦକ ଭାବେ ମନୋନୀତ କରାଯାଇଯାଇଛି । ମାର୍ଚ୍ଚ ୪ ତାରିଖରେ ଭୋଟର ତାଲିକା ପ୍ରକାଶ ପାଇବା ପରେ ୫ ଓ ୬ ତାରିଖରେ ମନୋନୟମ ପତ୍ର ଦାଖଲ କରାଯିବ । ୭ ତାରିଖରେ ପାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧ୍ୟାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୧୨ ତାରିଖରେ ଚୂଡ଼ାନ୍ତ ପାର୍ଥୀ ତାଲିକା ପ୍ରକାଶ ପାଇବ ସହ ୨୮ ତାରିଖ ଶନିବାର ଦିନ ଭୋଟ ଗ୍ରହଣ କରାଯିବ । ସଂଘର ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷଙ୍କ ସମେତ ଛଅ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ଉକ୍ତ ନିର୍ବାଚନ ଅନୁଷ୍ଠିତ ହେବ ।






