ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ମୁନିସିପାଲଟି ପକ୍ଷରୁ ଆଜି ସହରରେ ଚଢାଉ କରାଯାଇଛି । ମୁଖ୍ୟତଃ ଦୋକାନିମାନେ ଦୋକାନ ସାମନାରେ ଡଷ୍ଟବିନ ରଖୁଛନ୍ତି କି ନାହିଁ ଏହା ଉପରେ ଚଢାଉ କରାଯାଉଛି । ଏତଦ ବ୍ୟତିତ ଅଳିଆ ଆବର୍ଜନାକୁ ଡଷ୍ଟବିନରେ ରଖୁଛନ୍ତିକି ନାହିଁ, ଦୋକାନ ସାମନା ସଫାସୁତୁରା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଦୋକାନି ଦୋକାନର ଅବ୍ୟବହୃତ ଜିନିଷକୁ ରାସ୍ତା ଉପରେ ପକାଇ ଦେଉଛନ୍ତି । ସେଥିପାଇଁ ଆଜି ନୟାଗଡ଼ ମୁନିସପାଲଟି କାର୍ଯ୍ୟ ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା, କୈଳାସ ଜେନା ଓ ନାରଣ ବେହେରାଙ୍କ ସମେତ ମୁନିସି ପାଲିଟିର ଏକ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।






