ନୟାଗଡ଼, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ତା’ ପୂର୍ବରୁ ଚାଲିଛି ସରକାରୀ ଅଧିକାରୀଙ୍କ ବଦଳି ଓ ପଦୋନ୍ନତି ପକ୍ରିୟା । ବୁଧବାର ଦିନ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଥିବା ୪୩ଜଣ ସରକାରୀ ଅଧିକାରୀଙ୍କ ବଦଳି ଓ ପଦୋନ୍ନତି କରାଯାଇଛି । ସେଥିରେ ନୟାଗଡ଼ ଜିଲ୍ଲାରୁ ୨ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ସରକାରୀ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଅକ୍ଷୟ କୁମାର ଖେମୁଣ୍ଡିଙ୍କୁ ପଦୋନ୍ନତି ଦିଆଯାଇ ମାଲକାନଗିରି ଜିଲ୍ଲାର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଆସିଷ୍ଟାଣ୍ଟ କଲେକ୍ଟର କୁଞ୍ଜବିହାରୀ ବଡଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର ଭାବେ ବଦଳି କରାଯାଇଛି । ସେହିପରି ନୟାଗଡ଼ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଦାର ଭାବେ କାର୍ଯ୍ୟ କରିଆସୁଥିବା ସସ୍ମିତା ଶତପଥିଙ୍କୁ କୋଦାଳ ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାକୁ ଏହି ଚିଠିରେ କୌଣସି ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ନଥିବା ଜଣାପଡିଛି ।





