ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଗତକାଲି ରାତିରେ ତୃତୀୟ କରୋନା ମୃତ୍ୟୁ ଘଟିଥିବା ଖବର ମିଳିଛି । ଖଣ୍ଡପଡ଼ା ବ୍ଲକ ଢୋଲମରା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଯୁବକ ଜଣଙ୍କ ଦୀର୍ଘ ଦିନ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ରହିଥିବା ବେଳେ ତାଙ୍କର ଅନ୍ୟାନ ରୋଗ ମଧ୍ୟ ରହିଥିବା ଜଣାଯାଇଛି ।





