ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ସୁନାମଧନ୍ୟ ଯଶସ୍ୱୀ ବରିଷ୍ଠ ସାମ୍ବାଦିକ, ସମ୍ଭକାର, ସାହିତ୍ୟିକ, ରାଜନୈତିକ ସମୀକ୍ଷକ ବସନ୍ତ ଦାସଙ୍କ ପରଲୋକ ହୋଇଥିବା ଜାଣିବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧର୍ଯ୍ୟ ଦିଅନ୍ତୁ ବୋଲି ଏକ ଶୋକ ପ୍ରସ୍ତାବ ପାରିତ ହୋଇଛି । ଦିର୍ଘ ୫୦ବହ୭ରୁ ଉର୍ଦ୍ଧ ସାମ୍ବାଦିକତା ଜୀବନରେ ସ୍ୱର୍ଗତ ଦାସ ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ଉଦାହରଣ ହୋ ରହିବେ ଏବଂ ତାଙ୍କ ନିର୍ଭିକତା ପାଇଁ ସବୁଦିନ ସେ ଅବିସ୍ମରଣୀୟ ହୋଇ ରହିବେ ବୋଲି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।






