ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ ଆଜି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି ରହିଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ୬୫ ବର୍ଷିୟ ବୃଦ୍ଧ ଏବଂ ସେ କିଡୀନ୍ ସମସ୍ୟାରେ ଆକ୍ରାନ୍ତ ଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ବ୍ୟକ୍ତି ଜଣଙ୍କ ଦଶପଲ୍ଲା ବ୍ଲକ ଟାକେରା ପଂଚାୟତର । ସେ ଭୂବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।






