ନୟାଗଡ(ବାଘୁଆବାର୍ତ୍ତା ବିରୋ)- ଶରଣକୂଳ ଥାନା ବଡପୁଟୁ ଛକ ନିକଟରେ ଏକ ଧାନ କିଆରିକୁ ଭଞ୍ଜନଗର ଅଞ୍ଚଳରୁ ଆସୁଥିବା ଭ୍ରମଣ କାରି ବସ ଓଲଟି ପଡିବାରୁ ଏଥିରେ ବସିଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ସ୍ଥାନୀୟ ଜନସାଧାରଣ,ଶରଣକୂଳ ପୋଲିସ,ଶରଣକୂଳ ମେଡିକାଲ ଓ ନୟାଗଡ ମେଡିକାଲକୁ ଚିକିସା ପାଇଁ ପଠାଇଛନ୍ତି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ନିକଟସ୍ଥ ବିଭିନ୍ନ ଗ୍ରାମରୁ କିଛି ଯାତ୍ରୀ ଘଟଗାଁ ତାରିଣିଙ୍କୁ ଦର୍ଶନ ପାଇଁ ଜାଇଥିଲେ । ଜଗନ୍ନାଥ ଦର୍ଶନ ସାରି ନୂଆ ଜଗନ୍ନାଥସଡକ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବସଟି ନିକଟରେ ଥିବା ଏକ କଂକ୍ରିଟ ମିକ୍ସର ମେସିନକୁ ଧକ୍କା ଦେଇ ଧାନ କିଆରିକୁ ଓଲଟି ପଡିଥିଲା । ଯାତ୍ରୀମାନେ ବସର ଆଗ କାଚ ଭାଙ୍ଗି ବାହାରକୁ ବାହାରିଥିଲେ ।





